ବିଦ୍ୟାସାଗର କ୍ଲାସେସର ପ୍ରଥମ ବାର୍ଷିକ ଉତ୍ସବ
ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଅତିରିକ୍ତ ସଚିବ ସୀତାକାନ୍ତ ମହାପାତ୍ର ମୁଖ୍ୟବକ୍ତା, ଅଗ୍ନିତେଜର ସଂସ୍ଥାପନ ରମାକାନ୍ତ ମହାପାତ୍ର ମୁଖ୍ୟବକ୍ତା, ବିଦ୍ୟାସାଗର କ୍ଲାସେସର ବୈଷୟିକ ଶିକ୍ଷକ କାହ୍ନୁଚରଣ ସେନାପତି ଓ ଅନ୍ୟତମ ବକ୍ତା ଭାବରେ ‘ଦ ଇଣ୍ଟରଭ୍ୟୁ ଟାଇମ୍ସ’ ମାଗାଜିନର ସମ୍ପାଦକ ଦିବ୍ୟଜିତ୍ ସାହୁ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ ସର୍ବଶେଷରେ ବିଦ୍ୟାସାଗର କ୍ଲାସେସର ବୈଷୟିକ ଶିକ୍ଷକ ଦିପ୍ତିରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।