:  +91-9337421183  |   +91-8917265768  |  +91 79780 78563   :  bidyasagar.classes@gmail.com

 :  +91-9337421183  |   :   +91-8917265768
 :  +91 79780 78563

BIDYASAGAR CLASSES BIDYASAGAR CLASSES
  • The Institute
    • About Us
    • Director’s Message
    • Success Stories
    • Our Achievements
    • Career
    • Latest News
    • Latest Blog
    • Upcoming Batches
    • Contact Us
  • Courses
  • Course Fees
  • Study Materials
    • Aptitude
    • Reasoning
    • English
    • General Studies
    • Computer
    • Word Power
    • Current Affairs
    • Assignment
  • SHORT TRICKS
    • Aptitude Trick
    • English Trick
    • Reasoning Trick
    • General Studies Trick
  • Online Store
    • Our Online Store
    • Ebook Store
    • Online Test
  • Login / Register
  • The Institute
    • About Us
    • Director’s Message
    • Success Stories
    • Our Achievements
    • Career
    • Latest News
    • Latest Blog
    • Upcoming Batches
    • Contact Us
  • Courses
  • Course Fees
  • Study Materials
    • Aptitude
    • Reasoning
    • English
    • General Studies
    • Computer
    • Word Power
    • Current Affairs
    • Assignment
  • SHORT TRICKS
    • Aptitude Trick
    • English Trick
    • Reasoning Trick
    • General Studies Trick
  • Online Store
    • Our Online Store
    • Ebook Store
    • Online Test
  • Login / Register
  • Home
  • Odia Grammar
  • Odia Grammar Sabda For Every Competitive Exams

Odia Grammar Sabda For Every Competitive Exams

Odia Grammar Sabda For Every Competitive Exams

  • In Odia Grammar
Odia Grammar Shabda for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination

Odia Grammar Sabda

If you are preparing for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination then Odia Grammar Sabda is necessary for you.

ଶବ୍ଦ

🖝 ଆସ, ତଳେ ଲେଖା ଯାଇଥିବା ବର୍ଣ୍ଣଗୁଡ଼ିକ ବିଷୟରେ ଆଲୋଚନା କରିବା ।

(୧) ଟଅ (୨) ୩୦ (୩) ରହଡ଼ (୪) ଅ (୫) କ (୬) ଖ (୭) ଘର (୮) ନଗର (୯) ସରବତ (୧୦) ଅନବରତ

ପ୍ରଥମଧାଡ଼ିରେ ଥିବା (୧) ‘ଟଅ’, (୨) ‘ଣ୦’ ରେ ଦୁଇ ଦୁଇଟି ବର୍ଷର ମିଳନ ଘଟିଛି, ହେଲେ ସେଥିରେ କୌଣସି ଅର୍ଥ ପ୍ରକାଶ ପାଉନାହିଁ ।

ପୁଣି ସେହି ଧାଡ଼ିର (୩) ‘ ରହଡ଼’ ରେ ତିନୋଟି ବର୍ଷର ମିଳନ ଘଟିଛି । ହେଲେ, ତହିଁରୁ ମଧ୍ୟ କୌଣସି ଅର୍ଥ ପ୍ରକାଶିତ ହେଉନାହିଁ ।

ଦ୍ଵିତୀୟଧାଡ଼ିରେ ଥିବା ‘ ଅ’, ‘କ’, ‘ଖ’ ଆଦି ଗୋଟିଏ ଗୋଟିଏ ବର୍ଷ ହୋଇଥିଲେ ମଧ୍ୟ ଏଗୁଡ଼ିକର ଅର୍ଥ ପ୍ରକାଶ କରିବାର କ୍ଷମତା ଅଛି ।

(୪) ‘ଅ’ ର ଅର୍ଥ ବିଷ୍ଣୁ (୫) ‘କ’ ର ଅର୍ଥ ମସ୍ତକ, ଜଳ ।

(୬) ‘ଖ’ ର ଅର୍ଥ ଆକାଶ ।

ସେହିପରି (୭) ‘ଘର’ (୮) ‘ ନଗର’ (୯) ‘ ସରବତ୍’ (୧୦) ‘ ଅନବରତ’ ଏକାଧିକ ବର୍ଷର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି । କିନ୍ତୁ ପ୍ରତ୍ୟେକର ଅର୍ଥପ୍ରକାଶ କରିବାର କ୍ଷମତା ରହିଛି । ବର୍ତ୍ତମାନ ଆମେ ଦେଖିଲେ ଯେ  ଏକବର୍ଣ୍ଣ ବାଏକାଧୂକ ବର୍ଣ୍ଣର ମିଳନରେ କିଛି ନା କିଛି ଅର୍ଥ ପ୍ରକାଶିତ ହେଉଛି । ଅର୍ଥ ପ୍ରକାଶକ୍ଷମ ଏହି ବର୍ଷ ବା ବର୍ଣ୍ଣ ସମୂହର ମିଳନକୁ ଶବ୍ଦ କୁହାଯାଏ ।

ଏକବର୍ଣ୍ଣ ବାଏକାଧୂକ ବର୍ଣ୍ଣର ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ‘ଶବ୍ଦ’ କହନ୍ତି ।

ଏଠାରେ ବର୍ତ୍ତମାନ ପ୍ରମାଣିତ ହେଲା ଯେ – ପ୍ରଥମଧାଡ଼ିର ବର୍ଷ ବା ବର୍ଣ୍ଣସମୂହ (୧)ରୁ (୩) ପର୍ଯ୍ୟନ୍ତ ଅର୍ଥ ପ୍ରକାଶ କରିପାରୁନଥିବାରୁ ସେଗୁଡ଼ିକ ଶବ୍ଦ ପଦବାଚ୍ୟ ନୁହେଁ । କିନ୍ତୁ ଦ୍ବିତୀୟଧାଡ଼ିର (୪) ରୁ (୧୦) ପର୍ଯ୍ୟନ୍ତ ବର୍ଷ ବା ବର୍ଷ ସମୂହ ଅର୍ଥ ପ୍ରକାଶ କରି ପାରୁଥିବାରୁ ସେଗୁଡ଼ିକ ଶବ୍ଦ ପଦବାଚ୍ୟ ।


ଶବ୍ଦର ପ୍ରକାର ଭେଦ


🖝  ଅନୁଶୀଳନରୁ ଜଣାଯାଏ ଯେ ଭାଷା ହେଉଛି ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ । ପୁଣି ଶବ୍ଦପୁଞ୍ଜ ହେଉଛନ୍ତି ଏ ଭାଷାର ଅଙ୍ଗପ୍ରତ୍ୟଙ୍ଗ ସଦୃଶ । ଏହିମାନଙ୍କୁ ନେଇ ସେ ନିଜର କଳେବର ବୃଦ୍ଧି କରିବାରେ କ୍ଷମ ହୋଇଥାଏ

🖝  ଗୋଟିଏ ଭାଷାର ଶବ୍ଦଭଣ୍ଡାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସେଥିରୁ ଅନେକ ବହୁକାଳଧରି ଅପରିବର୍ତିତ ଥିବାବେଳେ କେତେକ ଶବ୍ଦର କାଳକ୍ରମେ ପରିବର୍ତ୍ତନ ଘଟି ନୂଆରୂପ ହୋଇଛି କେତେକ ଶବ୍ଦ ଲୋକମୁଖରୁ ନୂତନ ଭାବେ ସୃଷ୍ଟି ହୋଇଥିବାବେଳେ କେତେକ ଅନ୍ୟଭାଷାରୁ ଆସି ଏ ଭାଷା ସହିତ ମିଶିଯାଇଛନ୍ତି । ଏହିଧାରାର ପ୍ରଚଳନ ହେତୁ ଗୋଟିଏ ଭାଷା ମଧ୍ୟରେ ବିବିଧତା ଲକ୍ଷ୍ୟ କରାଯାଇଥାଏ ଆମ ଓଡ଼ିଆ ଭାଷା ମଧ୍ୟ ଏହି ଧାରାରୁ ବାଦ୍ ଯାଇନାହିଁ । ଅଧୂକନ୍ତୁ ଏହି ଧାରାକୁ ଆଖି ଆଗରେ ରଖୁ ଭାଷାଭଣ୍ଡାରକୁ ଚାରିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଯଥାକ୍ରମେ – ତମ, ତଦ୍‌ଭବ, ଦେଶଜ ଓ ବୈଦେଶିକ ।

ତତ୍ସମ :

🖝  ‘ତତ୍’ ଓ ‘ ସମ’ – ଏ ଦୁଇଟି ଶବ୍ଦ ମିଶ୍ରଣରେ ‘ତତ୍ସମ’ ଶବ୍ଦଟି ଗଠିତ ହୋଇଛି । ଏହାର ଅର୍ଥ ହେଉଛି ‘ ତାହା ସହିତ ସମାନ’ – ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ ସଂସ୍କୃତ ଭାଷାର କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଅଛି, ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି

🖝  ଏପରି ହେବାର କାରଣ ମଧ୍ୟ ଅଛି କାରଣ ଆର୍ଯ୍ୟମାନେ ଦୀର୍ଘକାଳ ଧରି ଭାରତବର୍ଷରେ ବସତିସ୍ଥାପନ କରିଆସିଛନ୍ତି ସେହିମାନଙ୍କର ଭାଷା ହେଉଛି ସଂସ୍କୃତ ତେଣୁ ଏହି ସଂସ୍କୃତ ଭାଷାର ପ୍ରଭାବ ଏ ଦେଶର ବିଭିନ୍ନ ଭାଷା ଉପରେ ରହିଆସିଛି ସେହି ଧାରାରୁ ଓଡ଼ିଆ ଭାଷା ବାଦ୍ ଯାଇନାହିଁ ଉଦାହରଣସ୍ୱରୂପ :- ନଦୀ, ଆକାଶ, ଅଙ୍କ, ଆଚାର୍ଯ୍ୟ, ସଂସାର, ପର୍ବତ … ଇତ୍ୟାଦି

ତଦ୍‌ଭବ :

🖝  ଏହାର ଅର୍ଥ ହେଉଛି ତହିଁରୁ ଭବ ବା ଜାତ – ଅର୍ଥାତ୍ ଓଡ଼ିଆ ଭାଷାର କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇଛନ୍ତି ।

ସଂସ୍କୃତ– ତଦ୍‌ଭବ(ଓଡ଼ିଆ) ରୂପ
ନଦୀନଈ
ଗାଭୀଗାଈ
କୂପକୂଅ
ଗର୍ଦ୍ଦଭଗଧ
ହସ୍ତୀହାତୀ

ଦେଶକ :

🖝  ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତ୍ରିବିଧ ସ୍ତର ରହିଛି । (୧) ଆଦିବାସୀ ଭାଷା, (୨) ଦ୍ରାବିଡ଼ ଭାଷା, (୩) ପୂର୍ଣ୍ଣମାତ୍ରାରେ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ଉଦ୍‌ଭବ ଭାଷା। (କ) ଦ୍ରାବିଡ଼ ଶବ୍ଦ – ଅଡ଼ା, ଆରିସା, ଏଣ୍ଡୁରି, ଅଗାଡ଼ି ପ୍ରଭୃତି । (ଖ) ଆଦିବାସୀ ଶବ୍ଦ –ଅଟେଇ, ଅରମା, ଆଣ୍ଠୁ ପ୍ରଭୃତି । (ଗ) ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ସୃଷ୍ଟ – ଢିଙ୍କି, ଛାଞ୍ଚୁଣି, ଅଖାଡୁଆ, ଜନ୍ତାଳ, ଠେକରା, ଝୁମୁକା, ହାକୁଟି ପ୍ରଭୃତି। ବୈଦେଶିକ :

🖝  ବାଣିଜ୍ୟହେତୁ ହେଉ ବା ଶାସନସୂତ୍ରରେ ହେଉ କେତେକ ବାହାର ଦେଶର ପ୍ରଭାବ ଆମଦେଶ ଉପରେ ପଡ଼ିଥିଲା । ସେହି ପ୍ରଭାବରେ ଭାଷା ମଧ୍ୟ ପ୍ରଭାବିତ ହେଲା । ତେଣୁ କେତେକ ବିଦେଶୀ ଶବ୍ଦ ଆମଭାଷା ଭିତରେ ମିଶିଗଲେ । ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ ।

(୧) ପର୍ତ୍ତୁଗୀଜ – ଗୀର୍ଜା, ପାଦ୍ରି

(୨) ଯାବନିକ – ଅକଲ, ଅଦାଲତ, ଆଇନା, ଇସ୍ତଫା, ଓକିଲ, ନଗଦ, ତହସିଲଦାର, ମୁଦାଲା, ମୁନିବ ପ୍ରଭୃତି ।

(୩) ପାରସିକ – ଅଙ୍ଗୁର, ଅବକାରୀ, ଖଜଣା, କରଜ, ଚଷମା, ସୁପାରିସ, ହୁସିଆର ଇତ୍ୟାଦି । (୪) ତୁର୍କୀ -କଇଞ୍ଚ, କୁଲି, ଗାଲିଚା, ବନ୍ଧୁକ, ବାରୁଦ, ତୋପ, ଚପାତି ଇତ୍ୟାଦି ।

(୫) ଇଂରାଜୀ – ଟିକେଟ, ବେଞ୍ଚ, ଟେବୁଲ, କଜ୍, ପେନ୍, ଇଞ୍ଜିନ୍, କଲେଜ ଇତ୍ୟାଦି ।


ଶବ୍ଦର ରୂପ


🖝  ଶବ୍ଦଭଣ୍ଡାରର ପରିସର ଅତି ବିଶାଳ । ଗଠନ ଦୃଷ୍ଟିରୁ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଏ । ତାହା ହେଉଛି ଯଥାକ୍ରମେ ମୌଳିକ ଓ ବ୍ୟୁତ୍ପନ୍ନ ।

ମୌଳିକ ଶବ୍ଦ 

🖝  ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଷ କାଟିହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଷ କାଟି ଦେଲେ ତାର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପପାଏ, ତାକୁ ମୌଳିକ ଶବ୍ଦ କହନ୍ତି ଯଥା :- ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଇତ୍ୟାଦି ।

ବ୍ୟୁତ୍ପନ୍ନ ଶବ୍ଦ

🖝  ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ (ପ୍ରତ୍ୟୟ ବା ଶବ୍ଦ) ସଂଯୋଗକରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି ଯଥା – ପ୍ରତାପ = ପ୍ରତାପ, ଆହୁରି ମନେରଖୁବାକୁ ହେବ ଯେ – କ୍ରିୟାପଦ

🖝  ପୂର୍ବବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳରୂପ ଧାତୁକୁ ‘ପ୍ରକୃତି’ କୁହାଯାଏ । ଏହି ପ୍ରକୃତି ସହିତ ପ୍ରତ୍ୟୟ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ, ଯଥା:- (ଧାତୁ) କୃ + ଅନୀୟ = କରଣୀୟ, ଦୃଶ୍ + ଅନୀୟ = ଦର୍ଶନୀୟ ଉଡ୍ + ଅନ୍ତା = ଉଡ଼ନ୍ତା, କାଠ + ଇ = କାଠି ଇତ୍ୟାଦି । କୁଲା + ଏଇ = କୁଲେଇ


ଶବ୍ଦଗଠନର ଧାରା


🖝  ଆବଶ୍ୟକ ଅନୁସାରେ ଅର୍ଥପ୍ରକାଶ ଓ ଭାବବୋଧ କରାଇବା ପାଇଁ ଭାଷାରେ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି ମୁଖ୍ୟତଃ ଯୋଗବିୟୋଗ ପ୍ରକ୍ରିୟାରେ ଶବ୍ଦର ରୂପରେ ପରିବର୍ତ୍ତନ ଘଟି ଏ ନୂତନ ଶବ୍ଦମାନ ସୃଷ୍ଟି ହୋଇଥାନ୍ତି । ଏହି ଗଠନରୀତିର ଧାରାରେ ଆମ ଆଖୁ ଆଗକୁ ଆସନ୍ତି- ଲିଙ୍ଗ, ବଚନ, ବିଭକ୍ତି, ସନ୍ଧି, ସମାସ, ଯୁଗ୍ମଶବ୍ଦ, ବିପରୀତାର୍ଥ ବୋଧକ ଶବ୍ଦ, ସମୋଚ୍ଚାରିତ ଶବ୍ଦ, ବୃଦନ୍ତ, ତଦ୍ଧିତ, ଉପସର୍ଗ, ସନ୍ନନ୍ତ, ଯନ୍ତ, ଣିଜନ୍ତ, ‘ଣ’ତ୍ବ ବିଧୂ ଓ ‘ଷ’ତ୍ଵ ବିଧ୍ ଆଦି ।


ଲିଙ୍ଗ


🖝  ଓଡ଼ିଆଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଲବ ଲିଙ୍ଗ ଭାବେ ଗ୍ରହଣ କରାଯାଏ । ପୁରୁଷ ବାଚକ ଶବ୍ଦ ପୁଂଲିଙ୍ଗ ଓ ସ୍ତ୍ରୀ ବାଚକ ଶବ୍ଦ ସ୍ତ୍ରୀ ଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି ପୁଂଲିଙ୍ଗକୁ ସ୍ତ୍ରୀ ଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ । ଯେପରି ‘ ବାଘ’ ଶବ୍ଦଟି ହେଉଛି ଫୁଲିଙ୍ଗ ଏଥିରେ ‘ଉଣୀ’ ପ୍ରତ୍ୟୟ ଯୁକ୍ତ ହେଲେ ତାହା ହୁଏ ‘ବାଘୁଣୀ’ ବା ବାଘର ସ୍ତ୍ରୀଲିଙ୍ଗ । ନିମ୍ନରେ କେତେକ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଲିଙ୍ଗର ରୂପ ଦିଆଯାଇଛି ।

ପୁଂଲିଙ୍ଗ  ସ୍ତ୍ରୀଲିଙ୍ଗ
‘ଆ’ ପ୍ରତ୍ୟୟ
କୋକିଳକୋକିଳା
‘ଈ’ ପ୍ରତ୍ୟୟ
କିଶୋରକିଶୋରୀ
ମାନବମାନବୀ
ନରନାରୀ
ନାଗରନାଗରୀ
‘ଆନୀ’ ଓ ‘ଆଣୀ’ ପ୍ରତ୍ୟୟ
ଶିବଶିବାନୀ
ଭବଭବାନୀ
ଇନ୍ଦ୍ରଇନ୍ଦ୍ରାଣୀ
‘ ଉଲୀ’ ପ୍ରତ୍ୟୟ
ବେଙ୍ଗବେଙ୍ଗୁଲୀ
ବଗବଗୁଲୀ
କେତେକ ଭିନ୍ନ ଶବ୍ଦ ଦ୍ଵାରା ମଧ୍ୟ ଲିଙ୍ଗ ପରିବର୍ତ୍ତନ ହୁଏ । ଯଥା;
ରଜା/ରାଜାରାଣୀ
ପିତାମାତା
ଜନକଜନନୀ
ସ୍ବାମୀସ୍ତ୍ରୀ
ବରକନ୍ୟା । ବଧୂ
ଉଭୟ ଲିଙ୍ଗ କ୍ଷେତ୍ରରେ :
କବିନାରୀକବି

🖝  କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ । ସେ ସ୍ଥଳରେ ଲିଙ୍ଗଭେଦ ପାଇଁ ‘ ଅଣ୍ଡିରା’ ଓ ମାଈ’ ବିଶେଷଣ ପଦ ସଂଯୁକ୍ତ ହୁଏ । ଯଥା : ପୁଂଲିଙ୍ଗ – ଅଣ୍ଡିରା ଛେଳି – ସ୍ତ୍ରୀଲିଙ୍ଗ-ମାଈଛେଳି

🖝  ସେହିପରି ଶବ୍ଦ ଗୁଡ଼ିକ ହେଉଛି – ଭାଲୁ, କୁକୁର, ବିରାଡ଼ି, ମୂଷା, ବାଛୁରୀ ଇତ୍ୟାଦି ଆହୁରି ଜାଣିବାର କଥା ଯେ : କ୍ଲବଲିଙ୍ଗରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ । ତଥାପି ବେଳେ ବେଳେ ପୁରୁଷ ଓ ସ୍ତ୍ରୀ ସୂଚକ ପଦ ଯୋଗକରି ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଏ । ‘ ଫୁଲ’ ହେଉଛି କ୍ଲବଲିଙ୍ଗ, କିନ୍ତୁ ଏହାକୁ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଇଥାଏ, ଯଥା : ଅଣ୍ଡିରା ଫୁଲ – ମାଈ ଫୁଲ ।


ବଚନ


🖝  ଯେଉଁଥୁରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ ‘ବଚନ’ କହନ୍ତି । ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦରେ ସଂଯୁକ୍ତ ହୁଏ । ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ, ତାହାକୁ ଏକବଚନ କୁହାଯାଏ ଯଥା; – – ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି ।

🖝  ଯେଉଁପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ, ତାହାକୁ ‘ବହୁବଚନ’ କହନ୍ତି । ଯଥା :- ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈଗୁଡ଼ିକ, ଗଛଗୁଡ଼ିକ ।

🖝  ଏକବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ:- ଟି, ଟା, ଟେ, ଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ, ଗୋଟିଏ; ଗୋଟିକ, ଇତ୍ୟାଦି । ଉଦାହରଣ ସ୍ୱରୂପ – ଗୋଟିଏ ପିଲା, ପିଲାଟିଏ, ପିଲାଟି ।

🖝  ବହୁବଟନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ – ମାନେ, ଗୁଡ଼ାଏ, ଗୁଡ଼ିଏ, ଗୁଡ଼ିକ, ପଙକ୍ତି, ଶ୍ରେଣୀ, ଯୂଥ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ, ମାଳ, ରାଜି, ଚୟ, ପୁଞ୍ଜ, ରାଶି, ମଣ୍ଡଳ ଇତ୍ୟାଦି । ଉଦାହରଣ :- ପିଲାଏ, ପିଲାମାନେ, ପୁସ୍ତକଚୟ, ପର୍ବତଶ୍ରେଣୀ ପ୍ରଭୃତି ।

🖝  ପଦର ଉଭୟପାର୍ଶ୍ବରେ ବହୁବଚନ ବ୍ୟବହାର କରାଯାଏ ନାହିଁ । ଯଥା :- ଅନେକ ପିଲାମାନେ । ଏପରି ପ୍ରୟୋଗ ଅଶୁଦ୍ଧ ଅଟେ । ଆମେ ‘ଅନେକ ପିଲା’ ବୋଲି ଲେଖି ପାରିବା ବା ‘ ପିଲାମାନେ’ ବୋଲି କହି କହିପାରିବା ବା ଲେଖିପାରିବା । କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ବ ଦେବାପାଇଁ ଯୁଗ୍ମ ବହୁବଚନ ବ୍ୟବହୃତ ହୁଏ । ଯଥା :- ସବୁଯାକ ଘର । ସବୁତକ ଫୁଲ । ଏଠାରେ ସବୁ, ଯାକ, ତକ – ହେଉଛନ୍ତି ଗୋଟିଏ ଗୋଟିଏ ବହୁବଚନର ଚିହ୍ନ କିନ୍ତୁ ଏଠାରେ ଦୁଇ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି

🖝  ମନେରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ ପଦରେ ବହୁବଚନ ଲାଗେ ନାହିଁ ।

🖝  ଆହୁରିମଧ୍ୟ ଜାଣିବା ଉଚିତ ଯେ ବେଳେବେଳେ ବଚନ ଚିହ୍ନ ଯୁକ୍ତ ନହୋଇ ମଧ୍ୟ ଏକବଚନ ଓ ବହୁବଚନ ପ୍ରକାଶିତ ହୁଏ ପିଲା ଖେଳୁଛି । ଏଠାରେ ଗୋଟିଏ ପିଲାକୁ ବୁଝାଉଛି । ପିଲା I ପିଲେ ଖେଳୁଛନ୍ତି । ଏଠାରେ ଏକାଧିକ ପିଲାଙ୍କୁ ବୁଝାଉଛି ।


ଯୁଗ୍ମଶବ୍ଦ


🖝  ଆମଭାଷାରେ ଅନେକ ଯୁଗ୍ମଶବ୍ଦର ପ୍ରଚଳନ ଅଛି । ଯଥା:- ବାଟଘାଟରେ ଯା’ଆସ କରିବାବେଳେ ଦେଖୁଦେଖୁକା ଚାଲିବା ଉଚିତ । ଏହିବାକ୍ୟରେ ବଡ଼ ଅକ୍ଷରରେ ଲିଖତ ଶବ୍ଦ ଗୁଡ଼ିକ ହେଉଛନ୍ତି ଯୁଗ୍ମଶବ୍ଦ । ଏଥିରେ ତିନୋଟି ଯୁଗ୍ମଶବ୍ଦ ରହିଛି । ଯୁଗ୍ମଶବ୍ଦ ଗଠନ ପ୍ରଣାଳୀର ଭିନ୍ନତା ନିମ୍ନରେ ପ୍ରଦତ୍ତ ହେଲା ।

(୧) ବିପରୀତାର୍ଥବୋଧକ ଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ ।

🖝  ଭଲମନ୍ଦ, ଖାଲଢ଼ିପ, ଜମାଖର୍ଚ୍ଚ, କିଣାବିକା, ସୁଖଦୁଃଖ, ବଡ଼ସାନ, ଜୀବନମରଣ, ସତମିଛ ଇତ୍ୟାଦି ।

(୨) ସମାର୍ଥକ ଦୁଇ ପଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ

🖝  ହଣାମରା, ବନ୍ଧୁବାନ୍ଧବ, ଗୋରୁଗାଈ, ଧନରନ୍, ମଉଜମଜଲିସ୍, ଜୀବଜନ୍ତୁ ଇତ୍ୟାଦି ।

(୩) ଅର୍ଥଥିବା ଓ ଅର୍ଥନଥିବା ଦୁଇ ଶବ୍ଦ ମିଶ୍ରଣରେ ଗଠିତ ଯୁଗ୍ମଶବ୍ଦ

🖝  ଗପସପ ଏଥିରେ ‘ ଗପ’ର ଅର୍ଥ ଅଛି କିନ୍ତୁ ‘ସପ’ ଶବ୍ଦ ଏଠାରେ ଅର୍ଥବିହୀନ । ଏହାକୁ କଥାର କଥା ବୋଲି କହନ୍ତି ସେହି ଜାତୀୟ ଶବ୍ଦଗୁଡ଼ିକ ହେଉଛନ୍ତି କାମଦାମ, ବାସନକୁସନ, ପେଟପାଟଣା, ଘରଫର, ବିକ୍ରିବଟା ଇତ୍ୟାଦି ।

(୪) କ୍ରିୟାବାଚକ ବିଶେଷ୍ୟ ସହ ଅସମାପିକା କ୍ରିୟାର ମିଳନ ଯୋଗେ ଗଠିତ ଯୁଗ୍ମଶବ୍ଦ

🖝  ହଣାହଣି, ଲଗାଲଗି, ଲେଖାଲେଖ୍, ପଢ଼ାପଢ଼ି, ପିଟାପିଟି, ଧସ୍ତାଧସ୍ତି, ଶୁଣାଶୁଣି ଇତ୍ୟାଦି

(୫) ଦ୍ବିରୁକ୍ତ ଶବ୍ଦ 

🖝  ସମାନ ଶବ୍ଦ ଦୁଇଥର ପ୍ରୟୋଗ କରାଯାଇ ଯୁଗ୍ମଶବ୍ଦ ଗଠିତ ହୋଇଥାଏ । ଏଗୁଡ଼ିକୁ ଦ୍ବିରୁକ୍ତ ଶବ୍ଦ କୁହାଯାଏ ଝରଝର, ଛଳଛଳ, ଧୁଧୁ, ପେଁ ପେଁ, ଆପେ ଆପେ, ସିଧାସିଧା, ବାଟେବାଟେ, କାନେକାନେ ଇତ୍ୟାଦି ।


ସମୋଚ୍ଚାରିତ ଶବ୍ଦ


🖝  କେତେକ ଶବ୍ଦ ଅଛି ଯାହାର ଉଚ୍ଚାରଣ ସମାନ ଥିବାବେଳେ ଅର୍ଥରେ ପରିବର୍ତ୍ତନ ଘଟୁଛି । ଆମ ଭାଷାରେ ସେହିଭଳି ଅନେକ ଶବ୍ଦ ଅଛି

ଅଶନଭୋଜନ
ଚିରଦୀର୍ଘକାଳ
ଅସନକ୍ଷେପଣ
ଚୀରଛିଣ୍ଡାକନା
ଈଶଈଶ୍ବର
ଦିନଦିବସ
ଈଷଲଙ୍ଗଳଦଣ୍ଡ
ଦୀନଗରିବ
କୂଳବଂଶ
ଦୀପଆଲୋକ ପ୍ରଦାନ କରୁଥିବା ବସ୍ତୁ
କଳତଟ
ଦ୍ବୀପଜଳବେଷ୍ଟିତ ଭୂଖଣ୍ଡ
କୃତିକାର୍ଯ୍ୟ
ପୁତପୁଅ
କୃତୀଦକ୍ଷ
ପୂତପବିତ୍ର
ଗିରିଶମହାଦେବ, ଶିବ, ବୃହସ୍ପତି
ବଳିତ୍ୟାଗ, ହତ୍ୟା
ଗିରୀଶଶ୍ରେଷ୍ଠଗିରି
ବଳୀବଳୁଆ
ଚୁଡ଼ାଖାଦ୍ୟବିଶେଷ
ଲକ୍ଷସଂଖ୍ୟାବିଶେଷ
ଚୂଡ଼ାଅଗ୍ରଭାଗ
ଲକ୍ଷ୍ୟଉଦ୍ଦେଶ୍ୟ

ବିପରୀତାର୍ଥବୋଧକ ଶବ୍ଦ


🖝  ପ୍ରତ୍ୟେକ ଭାଷା ପରି ଆମ ଭାଷାରେ ମଧ୍ୟ କେତେକ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ରହିଛି । ତହିଁରୁ ନିମ୍ନରେ କେତେକ ଶବ୍ଦ ପ୍ରଦତ୍ତ ହେଲା

ଶବ୍ଦବିପରୀତାର୍ଥବୋଧକ ଶବ୍ଦ
ଅପେକ୍ଷାଉପେକ୍ଷା
ଜ୍ଞାନୀଅଜ୍ଞାନ
ଅସଲନକଲ
ଦୁଷ୍ଟଶିଷ୍ଟ
ଅଲଣାଲୁଣିଆ
ପ୍ରାଚୀନନବୀନ ଅର୍ବାଚୀନ
ଆଗପଛ
ପଣ୍ଡିତମୂର୍ଖ
ଆନନ୍ଦନିରାନନ୍ଦ ବିଷାଦ
ପାପପୁଣ୍ୟ
ଆଲୁଅଅନ୍ଧାର
ବନ୍ଧନମୋଚନ
ଆବାହନବିସର୍ଜନ
 ବଦ୍ଧମୁକ୍ତ
ଆଦାନପ୍ରଦାନ
ଭଲମନ୍ଦ
ଇହପର
ମାନଅପମାନ
ଇଷ୍ଟଅନିଷ୍ଟ
ମସୃଣବନ୍ଧୁର
ମିତ୍ରଶତ୍ରୁ
ଉପକାରଅପକାର
ଉଦୟଅସ୍ତ
ଲୋଭୀନିର୍ଲୋଭ
ସାମ୍ୟବୈଷମ୍ୟ
ଉଠାଣିଗଡ଼ାଣି
କୃପଣବଦାନ୍ୟ
ସୁଲଭଦୁର୍ଲଭ
ହ୍ରସ୍ଵଦୀର୍ଘ
ଖୋଲାମୁଦା
ଖାଲଢିପ
କ୍ଷୁଦ୍ରବୃହତ୍
ଚେମଡ଼ାମସ୍‌

ସନ୍ନନ୍ତ, ଯନ୍ତ, ଣିଜନ୍ତ


🖝  ସନ୍ନନ୍ତ, ଯନ୍ତ, ଣିଜନ୍ତ ଦ୍ଵାରା ମଧ୍ୟ ନୂତନ ଶବ୍ଦ ଗଠିତ ହୋଇଥାଏ ।

ସନ୍ନନ୍ତ

🖝  ‘ଇଚ୍ଛା’ ଅର୍ଥରେ ଧାତୁ ପରେ ‘ସନ୍’ ପ୍ରତ୍ୟୟ ହୁଏ ଏହି ‘ସନ୍’ ପ୍ରତ୍ୟୟନିଷ୍ପନ୍ନ ପଦକୁ ‘ସନ୍ନନ୍ତ ପଦ’ କହନ୍ତି ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବା ପରେ ‘ଆ’ ଏବଂ ‘ଉ’ ପ୍ରତ୍ୟୟ ଯୁକ୍ତ ହୋଇଥାଏ ।

ଧାତୁ + ପ୍ରତ୍ୟୟ = ସନ୍ନନ୍ତପଦ

ପିଇବାର ଇଚ୍ଛା – ପା+ସନ୍+(ଆ) = ପିପାସା

ଜୟ କରିବାର ଇଚ୍ଛା – ଜି+ସନ୍(+ଆ) = ଜିଗ୍ରୀଷା

ଶୁଣିବାର ଇଚ୍ଛା । ସେବା କରିବାର ଇଚ୍ଛା – ଶୁ+ସନ୍ (+ଆ) = ଶୁଶ୍ରୂଷା

ଲାଭ କରିବାର ଇଚ୍ଛା – ଲଭ+ସନ୍ (+ଆ) = ଲିପ୍‌ସା

ଭୋଜନ କରିବାର ଇଚ୍ଛା – ଭୁଜ୍+ସନ୍ (+ଆ) = ବୁଭୁକ୍ଷା

ଜାଣିବାର ଇଚ୍ଛା – ଜ୍ଞା+ସନ୍(+ଆ) ଜିଜ୍ଞାସା

ପଠନ କରିବାର ଇଚ୍ଛା – ପଠ+ସନ୍ (+ଆ) = ପିପଠିଷା

ଗମନ କରିବାର ଇଚ୍ଛା – ଗମ୍+ସନ୍ (+ଆ) – ଜିଗମିଷା

ଯନ୍ତ 

🖝  ଆତିଶଯ୍ୟ ବୁଝାଇବା ପାଇଁ ଧାତୁରେ ‘ ଯଡ’ ପ୍ରତ୍ୟୟ କରାଯାଏ । ଯଡ୍ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ ‘ଯନ୍ତ ଧାତୁ’ କୁହାଯାଏ । ଏଥିରେ ‘ମାନ’ ପ୍ରତ୍ୟୟ ଯୁକ୍ତ ହୋଇ ଶବ୍ଦ ଗଠିତ ହୁଏ । ମନେରଖିବାକୁ ହେବ ଯେ ‘ଯନ୍ତ ଧାତୁ’ ସାଧାରଣତଃ ବିଶେଷଣ ରୂପେ ବ୍ୟବହୃତ ହୁଏ ।

ମୂଳଧାତୁ + ଯଡ୍ = ଯନ୍ତଧାତୁ + ମାନ = ନୂତନଶବ୍ଦ

ଜ୍ଵଳ + ଯଡ୍ = ଜାଜ୍ଵଲ୍ୟ + ମାନ = ଜାଜ୍ଵଲ୍ୟମାନ

ଦୀପ୍ + ଯଡା = ଦେଦୀପ୍ୟ + ମାନ = ଦେଦୀପ୍ୟମାନ

ଣିଜନ୍ତ 

🖝  ପ୍ରୟୋଜକ ଧାତୁ ଗଢ଼ିବାପାଇଁ ସଂସ୍କୃତରେ ଧାତୁ ସହିତ ‘ଶିଚ୍’ ପ୍ରତ୍ୟୟ ଯୋଗକରାଯାଏ । ଧାତୁପରେ ଏହି ‘ଣିଚ୍’ ପ୍ରତ୍ୟୟ ଯୁକ୍ତ ହୋଇ ଗଢ଼ାଯାଉଥିବା ଧାତୁକୁ ଣିଜନ୍ତଧାତୁ କୁହାଯାଏ ।

ମୂଳଧାତୁ+ଣିଚ୍ = ଣିଜନ୍ତଧାତୁ ବିଶେଷ୍ୟବିଶେଷଣ
ସ୍ଥା+ଣିଚ୍ = ସ୍ଥାପି ସ୍ଥାପନସ୍ଥାପିତ
ପଠ୍ + ଶିବ = ପାଠିପାଠିତପାଠନ
ଜ୍ଞା + ଣିଚ୍ = ଜ୍ଞାପିଜ୍ଞାପିତଜ୍ଞାପନ
ଚଳ + ଣିଚ୍ = ଚାଳିଚାଳନଚାଳିତ

🖝  ଅଧୂକନ୍ତୁ ବିଭକ୍ତି, ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ଣ’ତ୍ବ ବିଧୂ ଓ ଷ’ତ୍ଵ ବିଧ୍ଵ ଅନୁଯାୟୀ ମଧ୍ୟ ଶବ୍ଦ ଗଠନ କରାଯାଇଥାଏ ।


Connect with us on Social Media

Facebook Page
Facebook Group
Instagram
Youtube Channel
Telegram Channel

Important Links for Competitive

SSCOSSC
OPSCOSSSC
IBPSRAILWAY

Bidyasagar Classes Address

Plot No-N-6-325, Biju Patnaik College Road,  Infront of SBI, Jayadev Vihar, Bhubaneswar

Website: www.bidyasagar.com

Opening and closing hours: Monday to Sunday: 7 AM-9PM

e-Mail : bidyasagar.classes@gmail.com

Contact No. : 8917265768; 9337421183, 7978078563

Biswajit Behera

STUDY MATERIALS

  • Aptitude
  • Assignment
  • Computer
  • Current Affairs
  • English
  • General Studies
  • Reasoning
  • Word Power

STUDY MATERIALS

  • Achievements
  • Aptitude
  • Aptitude Trick
  • Assignment
  • Computer
  • Current Affairs
  • English
  • English Trick
  • General Studies
  • Latest Blog
  • News
  • Odia Grammar
  • Odisha GK
  • Online Test
  • Reasoning
  • Slider
  • Videos
  • Word Power

SHORT TRICKS

  • Aptitude Trick
  • English Trick
  • General Studies Trick
  • Reasoning Trick
Bidyasagar Classes

Tags

April 2021 ASO August 2021 Hindu Editorial Vocab B.Ed Entrance 2021 BANKING BED CHT Current Affairs Current Affairs 2021 Current Affairs 2021 MCQ Current Affairs April 2021 Current Affairs August 2021 Current Affairs August 2021 MCQ Current Affairs July 2021 Current Affairs July 2021 MCQ Current Affairs June 2021 Current Affairs June 2021 MCQ Current Affairs May 2021 Current Affairs May 2021 MCQ Current Affairs MCQ Current affairs quiz Current Affairs Today Current Affairs Today MCQ July 2021 Hindu Editorial Vocabulary June 2021 Hindu Editorial Vocabulary May 2021 Vocabulary NEET Odia Grammar Odia Grammar MCQ Odisha Contractual High School Teacher Odisha GK OPSC ASO OSSSC RI OUAT OUAT 2021 OUAT 2021 Exam OUAT Exam OUAT Exam Highlights RAILWAY SSC SSC CGL 2021 TGT The Hindu Editorial Vocabulary Today's Current Affairs TRT
bidyasagar.classes@gmail.com

Copyright © 2023 Bidyasagar Classes. All Rights Reserved

  • Privacy Policy
  • Terms of Use
  • Cancellations & Refund Policy
  • Contact Us
  • Cart
  • Upcoming Batches
  • Student Portal
  • Facebook Page
  • Facebook Group
  • Instagram
  • Youtube Channel
  • Message us on Telegram
  • Message us on WhatsApp