:  +91-9337421183  |   +91-8917265768  |  +91 79780 78563   :  bidyasagar.classes@gmail.com

 :  +91-9337421183  |   :   +91-8917265768
 :  +91 79780 78563

BIDYASAGAR CLASSES BIDYASAGAR CLASSES
  • The Institute
    • About Us
    • Director’s Message
    • Success Stories
    • Our Achievements
    • Career
    • Latest News
    • Latest Blog
    • Upcoming Batches
    • Contact Us
  • Courses
  • Course Fees
  • Study Materials
    • Aptitude
    • Reasoning
    • English
    • General Studies
    • Computer
    • Word Power
    • Current Affairs
    • Assignment
  • SHORT TRICKS
    • Aptitude Trick
    • English Trick
    • Reasoning Trick
    • General Studies Trick
  • Online Store
    • Our Online Store
    • Ebook Store
    • Online Test
  • Login / Register
  • The Institute
    • About Us
    • Director’s Message
    • Success Stories
    • Our Achievements
    • Career
    • Latest News
    • Latest Blog
    • Upcoming Batches
    • Contact Us
  • Courses
  • Course Fees
  • Study Materials
    • Aptitude
    • Reasoning
    • English
    • General Studies
    • Computer
    • Word Power
    • Current Affairs
    • Assignment
  • SHORT TRICKS
    • Aptitude Trick
    • English Trick
    • Reasoning Trick
    • General Studies Trick
  • Online Store
    • Our Online Store
    • Ebook Store
    • Online Test
  • Login / Register
  • Home
  • Latest Blog
  • Odia Grammar Shandhi for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination

Odia Grammar Shabda for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination

Odia Grammar Shandhi for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination

  • In Latest Blog, Odia Grammar
Odia Grammar Shandhi for OPSC ASO, OTET, OSSTET, TGT, CTET, CHT, BEd Entrance, OSSC & Other Competitive Examination

ସନ୍ଧି

୧. ହିମାଳୟ ପର୍ବତ ଭାରତବର୍ଷର ଉତ୍ତର ଦିଗରେ ଅବସ୍ଥିତ ।

୨. ଏହି ପର୍ବତ ‘ବ୍ରହ୍ମର୍ଷି’ ତଥା ‘ ଦେବର୍ଷି’ ମାନଙ୍କର ତପସ୍ୟାସ୍ଥଳୀ ଅଟେ

୩. ଏ ଋଷିସକଳ ‘ ସଦାଚାର’ ସମ୍ପନ୍ନ ଅଟନ୍ତି ଓ ସର୍ବଦା ‘ଜଗଦୀଶ୍ୱର’ଙ୍କ ଚିନ୍ତାରେ ନିମଗ୍ନ ରହିଥାନ୍ତି ।

୪. ଗଙ୍ଗାନଦୀ ମଧ୍ୟ ଏହି ପର୍ବତରୁ ‘ନିର୍ଗତ’ ହୋଇଅଛି ।

୫. ‘ଜଗଜ୍ଜନ’ଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସେ ‘ ନିରନ୍ତର’ ଦୀର୍ଘପଥ ଅତିକ୍ରମ କରି ବହିଚାଲିଛି ।

ଆସ ଉପର ବାକ୍ୟ ଗୁଡ଼ିକର ବଡ଼ ଅକ୍ଷରରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ବିଷୟରେ ଆଲୋଚନା କରିବା ।

ହିମାଳୟ = ହିମ + ଆଳୟ

ବ୍ରହ୍ମର୍ଷି = ବ୍ରହ୍ମ + ଋଷି

ଦେବର୍ଷି = ଦେବ + ଋଷି

ସଦାଚାର = ସତ୍ + ଆଚାର

ଜଗଦୀଶ୍ଵର = ଜଗତ + ଈଶ୍ଵର

ନିର୍ଗତ = ନିଃ + ଗତ

ଜଗଜନ = ଜଗତ୍ + ଜନ

ନିରନ୍ତର = ନିଃ + ଅନ୍ତର

🖝  ଏବେ ଆମେ ଦେଖିଲେ ଯେ ପ୍ରତ୍ୟେକ ଶବ୍ଦ ଦୁଇଟି ଲେଖାଏଁ ଶବ୍ଦର ମିଳନରେ ଗଠିତ ହୋଇଛି । ଏହି ମିଳନକୁ ଲକ୍ଷ୍ୟକଲେ ଜଣାଯାଏ ଯେ ଏଥିରେ ଥିବା ପୂର୍ବଶବ୍ଦର ଶେଷବର୍ଷଟି ପର ଶବ୍ଦର ପ୍ରଥମ ବର୍ଷ ସହିତ ମିଳିତ ହୋଇଛି ବା ବର୍ଷ ଦୁଇଟି ପରସ୍ପର ସହିତ ମିଶି ଯାଇଛନ୍ତି ଏ ପ୍ରକାର ମିଳନକୁ ସନ୍ଧି କୁହଯାଏ

🖝  ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ ।

🖝  ସନ୍ଧି ତିନି ପ୍ରକାରର ଯଥା :- ସ୍ଵରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।


ସ୍ଵରସନ୍ଧି


ଋଷି କମ୍ବଳାସନରେ ବସିଛନ୍ତି ।

ରବୀନ୍ଦ୍ର ଘରକୁ ଯାଉଛି ।

କମ୍ବଳାସନ = କମ୍ବଳ + ଆସନ

ରବୀନ୍ଦ୍ର = ରବି + ଇନ୍ଦ୍ର

🖝  ଉପରେ ଦିଆଯାଇଥିବା କମ୍ବଳର ଶେଷବର୍ଣ୍ଣ ହେଉଛି (ଳ୍+ଅ) ଅର୍ଥାତ୍ ‘ଅ’ ଓ ଆସନର ପ୍ରଥମ ବର୍ଣ୍ଣ ହେଉଛି ‘ଆ’ । ଏହି ‘ ଅ’ ସହିତ ‘ଆ’ର ମିଳନ ଘଟି ‘ ଆ’ ହୋଇଛି । ସୃଷ୍ଟ ‘ ଆ’ ଧ୍ଵନିଟି ପୂର୍ବବର୍ଷରେ ସଂଯୁକ୍ତ ହୋଇଛି ।

🖝  ସେହିପରି ‘ରବି’ର ଶେଷବର୍ଣ୍ଣ ହେଉଛି ‘ଇ’ । ଏଠାରେ ‘ଇନ୍ଦ୍ର’ ସହିତ ଥିବା ‘ଇ’ର ମିଳନ ଘଟି ‘ଈ’ ଜାତ ହୋଇଛି ଓ ପୂର୍ବବର୍ଷରେ ଯୁକ୍ତ ହୋଇଛି । ଆମେ ଦେଖିଲେ ଯେ ଉଭୟସ୍ଥାନରେ ସ୍ଵରବର୍ଣ୍ଣ ସହ ସ୍ଵରବର୍ଣ୍ଣର ମିଳନ ଘଟିଛି । ଏଥୁରୁ ଜଣାଗଲା ଯେ –

🖝  ପରସ୍ପର ସନ୍ନି ହିତ ପୂର୍ବପଦର ଶେଷ ସ୍ଵରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ଵରବର୍ଣ୍ଣର ମିଳନକୁ ସ୍ଵରସନ୍ଧି କୁହାଯାଏ ।

ଏହି ସ୍ଵରସନ୍ଧିର ବିଭିନ୍ନ ରୂପକୁ ଆସି ଦେଖିବା

୧. (କ) ଅ+ଅ = ଆ

ଦେବ+ଅସୁର = ଦେବାସୁର,

ଶ୍ଵେତ+ଅମ୍ବର = ଶ୍ଵେତାମ୍ବର

ନୀଳ+ଅଚଳ = ନୀଳାଚଳ

ଗ୍ରାମ+ଅଞ୍ଚଳ = ଗ୍ରାମାଞ୍ଚଳ

ଅସ୍ତ+ଅଚଳ = ଅସ୍ତାବଳ

(ଖ) ଅ +ଆ = ଆ

ସିଂହ+ଆସନ = ସିଂହାସନ

ଗୁଣ+ଆକର = ଗୁଣାକର

ଉଚ୍ଚ+ଆସନ = ଉଚ୍ଚାସନ

(ଗ) ଆ+ଅ = ଆ

ଚିତା + ଅନଳ = ଚିତାନଳ

ସୁଧା + ଅଂଶୁ – ସୁଧାଂଶୁ

(ଘ) ଆ + ଆ = ଆ

ବିଦ୍ୟା + ଆଳୟ = ବିଦ୍ୟାଳୟ

ସୁଧା + ଆକର = ସୁଧାକର

ଉପର ଆଲୋଚନାରୁ ଜଣାଗଲା ଯେ,

‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି ‘ଆ’ ହୁଅନ୍ତି ।

ଏହି ‘ଆ’ ‘ଆ’କାର ହୋଇ ପୂର୍ବବର୍ଷ ସହିତ ସଂଯୁକ୍ତ ହୁଏ ।

୨. (କ) ଇ+ଇ = ଈ

ଯତି+ଇନ୍ଦ୍ର = ଯତୀନ୍ଦ୍ର

ଅତି+ଇବ = ଅତୀବ

(ଖ) ଇ+ଈ = ଈ

ପରି+ଈକ୍ଷା = ପରୀକ୍ଷା

ମୁନି+ଈଶ୍ଵର = ମୁନୀଶ୍ଵର

(ଗ) ଈ+ଇ = ଈ

ମହୀ+ଇନ୍ଦ୍ର = ମହୀନ୍ଦ୍ର

ଶଟୀ+ଇନ୍ଦ୍ର = ଶଚୀନ୍ଦ୍ର

(ଘ) ଈ+ଈ = ଈ

ମହୀ+ଈଶ୍ବର = ମହୀଶୂର

ଅବନୀ+ ଈଶ = ଅବନୀଶ

ଏଥିରୁ ଜଣାଗଲା ଯେ,

‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି (ଦୀର୍ଘ) ‘ଈ’ ହୁଅନ୍ତି ।

ଏହି ‘ଈ’ ଟି ‘ଈ’ କାର ରୂପରେ ପୂର୍ବବର୍ଷରେ ଯୁକ୍ତ ହୁଏ ।

୩. (କ) ଉ +ଊ = ଊ

ସୁ+ ଉକ୍ତି = = ସୂକ୍ତି

ସାଧୁ+ଉଦ୍ୟମ = ସାଧୁଦ୍ୟମ

ସାଧୁ+ଉପଦେଶ = ସାଧୂପଦେଶ

(ଖ) ଉ + ଊ = ଊ

ସିନ୍ଧୁ+ଊର୍ମି – ସିନ୍ଦୂମି

ଲଘୁ+ଊର୍ମି = ଲଘୂର୍ମି

(ଗ) ଊ +ଊ = ଊ

ବଧୂ + ଉକ୍ତି = ବଧୂକ୍ତି

(ଘ) ଊ + ଊ = ଊ

ଭୂ+ଊର୍ଦ୍ଧ୍ଵ = ଭୂର୍ଦ୍ଧ୍ବ

ଏଥିରୁ ଜଣାଗଲା ଯେ,

‘ଉ’ ବା ‘ଉ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି (ଦୀର୍ଘ) ‘ଉ’ ହୁଅନ୍ତି ।

ଏହି ‘ଊ’ ଊକାର ହୋଇ ପୂର୍ବ-ବର୍ଷରେ ଯୁକ୍ତ ହୁଏ ।

୪. (କ) ଅ+ଇ = ଏ

ଶୁଭ+ଇଚ୍ଛା = ଶୁଭେଚ୍ଛା

ସୁର+ଇନ୍ଦ୍ର = ସୁରେନ୍ଦ୍ର

(ଖ) ଅ + ଈ = ଏ

ଗଣ + ଈଶ = ଗଣେଶ

ଦେବ + ଈଶ = ଦେବେଶ

(ଗ) ଆ+ଇ = ଏ

ମହା+ଇନ୍ଦ୍ର = ମହେନ୍ଦ୍ର

ଯଥା+ଇଚ୍ଛା = ଯଥେଚ୍ଛା

(ଘ) ଆ + ଈ = ଏ

ରମା+ ଈଶ = ରମେଶ

ମହା+ଈଶ୍ଵର = ମହେଶ୍ବର

ଏଥୁରୁ ଜଣାଗଲା ଯେ,

‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି ‘ଏ’ ହୁଅନ୍ତି ।

ଏହି ‘ଏ’ ଧ୍ବନିଟି ‘ଏ’କାର ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ ।

୫. (କ) ଅ + ଉ = ଓ

ଲମ୍ବ+ଉଦର = ଲମ୍ବୋଦର

ପୁରୁଷ+ଉତ୍ତମ = ପୁରୁଷୋତ୍ତମ

(ଖ) ଅ + ଊ = ଓ

ନବ+ଊଢ଼ା (ନବ ବିବାହିତା) = ନବୋଢ଼ା

ଚଳ+ଊର୍ମି = ଚଳୋର୍ମି

(ଗ) ଆ + ଉ = ଓ

ମହା+ଉଦଧୂ = ମହୋଦଧ୍

ଗଙ୍ଗା + ଉଦକ = ଗଙ୍ଗୋଦକ

(ଘ) ଆ + ଊ = ଓ

ମହା+ଊର୍ମି = ମହୋର୍ମି

ଏଥୁରୁ ଜଣାଗଲା ଯେ,

‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି ‘ ଓ’ ହୁଅନ୍ତି ।

ଏ ‘ ଓ’ ଧ୍ଵନିଟି ‘ଓ’ କାର ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ ।

୬. (କ) ଅ+ଋ = ଅର୍

ସପ୍ତ+ଋଷି = ସପ୍ତର୍ଷି

ଦେବ+ଋଷି = ଦେବର୍ଷି

(ଖ) ଆ+ଋ = ଅର୍

ରାଜା+ ଋଷି = ରାଜର୍ଷି

ମହା+ଋଷି = ମହର୍ଷି

ଏଥୁରୁ ଜଣାଗଲା ଯେ,

‘ଅ’ ବା ‘ଆ’ ପରେ ‘ର’ ଥିଲେ ଦୁହେଁ ମିଶି ‘ଅର୍’ ହୁଅନ୍ତି ।

ଏହି ‘ ଅର୍’ର ‘ଅ’ ପୂର୍ବବର୍ଷରେ ଓ ‘ର୍’ ରେଫ୍ହୋଇ ପରବର୍ଷରେ ଯୁକ୍ତ ହୁଏ ।

୭. (କ) ଅ+ ଏ = ଐ

ହିତ +ଏଷୀ – ହିତୈଷୀ

ଜନ + ଏକ = ଜନୈକ

(ଖ) ଅ + ଐ = ଐ

ଅତୁଳ+ଐଶ୍ବର୍ଯ୍ୟ = ଅତୁଳେଶ୍ୱର୍ଯ୍ୟ

(ଗ) ଆ+ଏ = ଐ

ତଥା+ ଏବ = ତଥିବ

(ଘ) ଆ+ଐ = ଐ

ମହା+ ଐଶ୍ବର୍ଯ୍ୟ = ମହେଶ୍ୱର୍ଯ୍ୟ

ଏଥୁରୁ ଜଣାଗଲା ଯେ,

‘ଅ’ ବା ‘ଆ’ ପରେ ‘ଏ’ ବା ‘ ଐ’ ଥିଲେ ଦୁହେଁ ମିଶି ‘ଐ’, ହୁଅନ୍ତି

ଏହି ‘ ଐ’ ଐକାର ହୋଇ ପୂର୍ବବର୍ଷରେ ଯୁକ୍ତ ହୁଏ ।

୮. (କ) ଅ +ଓ = ଔ

ଜଳ+ଓଘ(ତରଙ୍ଗ) = ଜନୌଘ

(ବ୍ୟତିକ୍ରମ-ବିମ୍ବ+ଓଷ୍ଠ = ବିୟୋଷ୍ଠ )

(ଖ) ଅ + ଔ = ଔ

ବନ+ଔଷଧ = ବନୌଷଧ

(ଗ) ଆ +ଓ = ଔ

ମହା+ଓଜ(ତେଜ) = ମହୌଜ

(ଘ) ଆ +ଔ = ଔ

ମହା+ଔଷଧ = ମହୌଷଧ

ଏଥିରୁ ଜଣାଗଲା ଯେ,

‘ଅ’ ବା ‘ଆ’ ପରେ ‘ଓ’ ବା ‘ଔ’ ମୂଳେ ହେଁ ମିଶି ‘ଔ’ ହୁଅନ୍ତି ।

ଏହି ‘ଔ’, ଔ’କାର ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଏ ।

୯. (କ) ଇ+ଅ = ୟ

ପ୍ରତି+ଅହ = ପ୍ରତ୍ୟହ

(ଖ) ଇ+ଆ = (ୟ+ଆ) = ୟା

ଇତି+ଆଦି = ଇତ୍ୟାଦି

(ଗ) ଈ+ଅ = ୟ

ସୂଚି+ଅଗ୍ର = ସୂଚ୍ୟଗ୍ର

(ଘ) ଈ+ଉ = (ୟ+ଉ)=ୟୁ

ଅଭି+ଉଦୟ = ଅଭ୍ୟୁଦୟ

ଏଥୁରୁ ଆମେ ଜାଣିଲେ ଯେ,

‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଭିନ୍ନ ଅନ୍ୟ ସ୍ବରବର୍ଷଥିଲେ ‘ଇ’ ବା ‘ଈ’ ସ୍ଥାନରେ ‘ୟ’ ହୁଏ ।

ଏହି ‘ୟ’ ଓ ପରବର୍ତୀ ସ୍ଵରବର୍ଷ ମିଳିତ ହୋଇ ପୂର୍ବ ବର୍ଷରେ ଯୁକ୍ତ ହୁଅନ୍ତି ।

୧୦. ଉ+ଅ= ୱ

ଅନୁ+ଅୟ = ଅନ୍ବୟ

ଉ+ ଏ= ୱ+ ଏ = ୱେ

ଅନୁ+ଏଷଣ = ଅନ୍ଵେଷଣ

ଉ+ଆ = ୱ+ଆ = ଓ୍ବା

ସୁ+ଆଗତ = ସ୍ଵାଗତ

ବହୁ+ଆଡ଼ମ୍ବର = ବହୁଡ଼ମ୍ବର

ବଧୂ+ଆଦି = ବଧାଦି

ଏଥୁରୁ ଜଣାଗଲା ଯେ,

‘ଉ’ ବା ‘ଊ’ ପରେ ‘ଉ’ ବା ‘ଊ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ‘ଉ’ ବା ‘ଊ’ ସ୍ଥାନରେ ‘ୱ’ ହୁଏ

ଏହି ‘ ୱ’ ଓ ପରବର୍ତୀ ସ୍ଵରବର୍ଷ ମିଳିତ ହୋଇ ପୂର୍ବବର୍ଷରେ ଯୁକ୍ତ ହୁଅନ୍ତି

୧୧. ଏ+ଅ= ଅୟ

ନେ+ଅନ = ନିୟନ

ଐ+ଅ= ଆୟ

ନୈ+ଅକ = ନାୟକ

ଗୈ+ଅକ = ଗାୟକ

ଏଥୁରୁ ଆମେ ଜାଣିଲେ ଯେ,

‘ଏ’ ବା ‘ଐ’ ପରେ ଅନ୍ୟ ସ୍ବରବର୍ଷ ଥିଲେ ‘ଏ’ ସ୍ଥାନରେ ଅୟ’ ଓ ‘ ଐ’ ସ୍ଥାନରେ ‘ଆୟ’ ହୁଏ।

ଏହି ଅୟ’ ଓ ଆୟ’ ସହିତ ପରବର୍ତୀ ସ୍ଵରବର୍ଷ ଯୁକ୍ତ ହୁଏ ।

୧୨. ଓ+ଅ = ଅବ

ଭୋ+ଅନ = ଭବନ

ପୋ+ଅନ = ପବନ

ଔ+ଉ = ଅବ+ଉ = ଆବୁ

ଭୌ+ଉକ = ଭାବୁକ

ଏଥୁରୁ ଜଣାଗଲା ଯେ,

‘ ଓ’ ବା ‘ଔ’ ପରେ ଅନ୍ୟ ସ୍ବରବର୍ଷ ଥିଲେ ‘ ଓ’ ସ୍ଥାନରେ ‘ଅବ୍’ ଓ ‘ ଔ’ ସ୍ଥାନରେ ‘ଆବ୍‌’ ହୁଏ

ଏହି ‘ଅବ୍’ ଓ ‘ଆବ୍‌’ ସହିତ ପରବର୍ତୀ ସ୍ବର ଯୁକ୍ତ ହୁଏ ।

ବ୍ୟତିକ୍ରମ – ( ଗୋ+ଅକ୍ଷ = ଗବାକ୍ଷ)


ବ୍ୟଞ୍ଜନ ସନ୍ଧି


(କ) ‘ସଚ୍ଚରିତ୍ର’ ହେଉଛି ଶିଷ୍ୟର ଶ୍ରେଷ୍ଠ ଭୂଷଣ ।

(ଖ) ଶ୍ଵେତକେତୁଙ୍କୁ ଶିକ୍ଷାଦାନ କରିବା ପାଇଁ ଉଦ୍ଦାଳକ ‘ସଦିଚ୍ଛା’ ପ୍ରକାଶ କରିଥିଲେ ।

ଆସି ଉପରବାକ୍ୟ ଗୁଡ଼ିକରେ ଥିବା ବଡ଼ ଅକ୍ଷରର ଶବ୍ଦଗୁଡ଼ିକୁ ଦେଖିବା ।

ସଚ୍ଚରିତ୍ର=ସତ୍+ଚରିତ୍ର

ସଦିଚ୍ଛା = ସତ୍ + ଇଚ୍ଛା

🖝  ଶବ୍ଦ ଦୁଇଟି ଏହି ଧାରାରେ ଗଠିତ ହୋଇଛି । ‘ସଚ୍ଚରିତ୍ର’ରେ (ତ୍+ଚ) ଅର୍ଥାତ ପୂର୍ବପଦ ‘ସତ୍’ର ଶେଷବର୍ଣ୍ଣ ‘ତ୍’ ଓ ପରପଦ ‘ ଚରିତ୍ର’ର ପ୍ରଥମବର୍ଷ ‘ଚ’ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ମିଳନ ଘଟିଛି । ସେହିପରି ‘ ସଦିଚ୍ଛା’ ଶବ୍ଦରେ (ତ୍+ଇ) ଅର୍ଥାତ ପୂର୍ବପଦ ‘ସତ୍’ର ଶେଷବର୍ଣ‘ତ୍’ ସହିତ ପରପଦ ‘ ଇଚ୍ଛା’ର ପ୍ରଥମବର୍ଣ୍ଣ ‘ଇ’ର ମିଳନ ଘଟିଛି । ଏଠାରେ ବ୍ୟଞ୍ଜନ ବର୍ଣ୍ଣସହ ସ୍ଵରବର୍ଣ୍ଣର ମିଳନ ଘଟିଛି ।

ଏଥୁରୁ ଜଣାଗଲା ଯେ,

🖝  ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଷ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଷ ବା ସ୍ୱରବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କହନ୍ତି ।

ନିମ୍ନରେ ଏହାର ବିଭିନ୍ନ ରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଆସ ସେଗୁଡ଼ିକୁ ଜାଣିବା ।

୧. ଦିକ୍ + ଅନ୍ତ = ଦିଗନ୍ତ

ବାକ୍ୟ+ଈଶ = ବାଗୀଶ

ଉତ୍+ଯାପନ = ଉଦ୍‌ଯାପନ

ଣିଚ୍+ଅନ୍ତ = ଣିଜନ୍ତ

ଦିକ୍+ଗଜ = ଦିଗଗଜ

ଦିକ୍+ବଳୟ = ଦିଗ୍‌ବଳୟ

ଉତ୍+ଘାଟନ = ଉଦ୍‌ଘାଟନ

ଜୟତ୍+ରଥ = ଜୟଦ୍ରଥ

🖝  ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱରବର୍ଣ୍ଣ, ବର୍ଗର ତୃତୀୟ ଚତୁର୍ଥ ବର୍ଷ କିମ୍ବା ଯ, ର, ଳ, ବ, ହ ଥିଲେ ପୂର୍ବପଦର ଶେଷରେ ଥିବା ପ୍ରତିବର୍ଗର ପ୍ରଥମବର୍ଣ୍ଣ ସ୍ଥାନରେ ସେହିବର୍ଗର ତୃତୀୟବର୍ଣ୍ଣ ହୁଏ । ଏହି ସୂତ୍ରରେ ବାଗାଡ଼ମ୍ବର, ଉଦ୍‌ବେଗ, ସଦ୍‌ବଚନ, ଭବଦୀୟ, ସଦାନନ୍ଦ ଆଦି ଶବ୍ଦ ଗୁଡ଼ିକ ମଧ୍ୟ ଗଢ଼ାଯାଇପାରିବ ।

ବ୍ୟତିକ୍ରମ – (ଯାବତ୍+ଇୟ=ଯାବତୀୟ )

୨.ଚଳତ୍+ଚିତ୍ର=ଚଳଚ୍ଚିତ୍ର (ତ୍+ଚ+ଇ) (ଚ୍‌+ଚ+ଇ) = ଚ୍ଚି

ଉତ୍+ଚାରଣ = ଉଚ୍ଚାରଣ, ଉତ୍+ଛନ୍ନ=ଉଚ୍ଛନ୍ନ (ତ୍+ଛ) = (ଚ+ଛ) = ଚ୍ଛ

ଉତ୍+ଛେଦ = ଉଚ୍ଛେଦ (ତ୍+ଛ+ଏ) = (ଚ୍+ଛ+ଏ) = ଛେ

ବିପଦ୍+ଚୟ = ବିପଜୟ (ଦ୍+ଚ) = (ଚ୍+ଚ) = ଜ

ତଦ+ଛବି = ତଚ୍ଛବି (ଦ୍+ଛ) = (ଚ୍+ଛ) = ଚ୍ଛ

🖝  ‘ତ’ ବା ‘ଦ’ ପରେ ‘ଚ’ ବା ‘ଛ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଚ’ ହୁଏ। ଏହି ‘ଚ’ ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ ।

୩. ବିପଦ୍+ଜନକ = ବିପଜ୍ଜନକ (ଦ୍+ଜ) = (ଜ୍+କ) = ଜ୍ଜ

ଉତ୍+ଜ୍ଵଳ=ଉଜ୍ଜ୍ଵଳ (ତ୍+ଜ) = (ଜ୍+ଜ+ୱ) = ଜଜ୍ଜ୍ଵ( ବା) = ଜ୍ଜ୍ଵ

ଜଗତ୍+ଜନନୀ = ଜଗଜ୍ଜନନୀ (ତ୍+ଜ) = (ଜ+ଜ) = ଜ୍ଜ

ବୃହତ୍ + ଝଟିକା = ବୃହଜ୍ଝଟିକା (ତ୍+ଝ) = (ଜ୍+ଝ) = ଜଝ

ବିପଦ+ଝଟିକା = ବିପଦଝଟିକା (ଦ୍+ଝ) – (ଜ+ଝ) = ଜଝ

🖝  ‘ତ’ ବା ‘ଦ’ ପରେ ‘ଜ’ ବା ‘ଝ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଜ୍’ ହୁଏ । ଏ ‘ଜ୍’ ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତ ହୁଏ ।

୪.ଉତ୍+ଡୀନ = ଉଡ୍ଡୀନ (ଉଡ୍ଡୀନ) (ତ୍++ଈ) = (ଡ+ଡ+ଈ ) = ଡ୍ଡୀ

ତଦ୍+ଡିଣ୍ଡିମ = ତତ୍ପଶ୍ଚିମ (ଦ୍++ଇ) = (ଡ+ଡ+ଇ) = ଉଡିଙ୍ଗି

🖝  ‘ତ’ ବା ‘ଦ’ ପରେ ‘ଡ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଡ’ ହୁଏ ଏହି ‘ଡ’ ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ ।

୫. ଉତ୍+ହାର = ଉଦ୍ଧାର

ତଦ୍+ହିତ = ତଦ୍ଧିତ

ଉତ୍+ହତ = ଉଦ୍ଧତ

🖝  ‘ତ’ ବା ‘ଦ’ ପରେ ‘ହ’ ଥିଲେ ଦୁହେଁ ମିଶି ‘ଦ୍ଧ’ ହୁଅନ୍ତି ।

୬. ଉତ୍ + ଲେଖ = ଉଲ୍ଲେଖ

ତଦ୍ + ଲକ୍ଷଣ = ତକ୍ଷଣ

🖝  ‘ତ’ ବା ‘ଦ’ ପରେ ‘ଲ’ ଥିଲେ ‘ତ’ ବା ‘ଦ’ ସ୍ଥାନରେ ‘ଲ’ ହୁଏ ।  ଏହି ‘ଲ’ ପରବର୍ତୀ ‘ଲ’ ସହିତ ମିଳିତ ହୁଏ ।

୭. ଉତ୍ + ଶୃଙ୍ଖଳ = ଉଛୃଙ୍ଖଳ (ତ୍+ଶ୍+ଋ) = (ଚ୍+ଛ+ର) = ଛୃ

ଉତ୍+ଶ୍ଵାସ= ଉଲ୍ଲାସ (ତ୍+ଶ+) = (ଚ୍+ଚ୍ଛ+) = ଚ୍ଛା

ବିପଦ୍+ଶଙ୍କା = ବିପଛଙ୍କା (ଦ୍+ଶ) = (ଚ୍‌+ଛ) = ଚ୍ଛ

‘ତ’ ବା ‘ଦ’ ପରେ ‘ଶ’ ଥିଲେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଚ୍’ ହୁଏ ଓ ‘ଶ’ ସ୍ଥାନରେ ‘ଛ’ ହୁଏ। ଏହି ‘ଚ୍’ ଓ ‘ଛ’ ମିଶି ‘ଚ୍ଛ’ ହୁଅନ୍ତି ।

୮. ଜଗତ୍+ନାଥ = ଜଗନ୍ନାଥ (ତ୍+ନ)= (ନି+ନ) = ନୃ+ଆ = ନ୍ନା

ମୃତ୍+ମୟ = ମୃଣ୍ମୟ

ଚିତ୍ର+ମୟ = ଚିନ୍ମୟ

ଜଗତ୍+ମୋହନ = ଜଗନ୍ମୋହନ

🖝  ପରପଦର ପ୍ରଥମ ବର୍ଣ୍ଣ ‘ ନ’ ବା ‘ମ’ ହୋଇଥିଲେ ପୂର୍ବପଦର ଶେଷବର୍ଣ୍ଣ ଯେଉଁ ବର୍ଣ୍ଣର ହୋଇଥାଏ; ତା’ ସ୍ଥାନରେ ସେହିବର୍ଗର ପଞ୍ଚମ ବର୍ଣ୍ଣହୁଏ ଓ ତାହା ପରବର୍ତୀ ବର୍ଣ୍ଣ ସହିତ ଯୁକ୍ତହୁଏ

୯. ସମ୍+ଚୟ = ସଞ୍ଚୟ, ସଂଚୟ (ମୂ+ଚ) = (ଞ୍ଜ୍+ଚ) = ଞ୍ଚ

ସମ୍+ଜୟ = ସଞ୍ଜୟ, ସଂଜୟ

ସମ୍+ବାଦ = ସମ୍ବାଦ, ସଂବାଦ

ସମ୍+ଗ୍ରହ = ସଂଗ୍ରହ

ସମ୍+ବଳ = ସମ୍ବଳ, ସଂବଳ

🖝  ‘ମ’ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ, ‘ମ’ ସ୍ଥାନରେ ସେହି ବର୍ଗର ପଞ୍ଚମବର୍ଣ୍ଣ ହୁଏ; ବିକଳ୍ପରେ ‘ମ୍’ ସ୍ଥାନରେ ଅନୁସ୍ଵାର ମଧ୍ୟ ହୋଇଥାଏ ।

୧୦. ସମ୍+ସାର = ସଂସାର

ସମ୍+ଶୋଧନ = ସଂଶୋଧନ

ସମ୍+ରକ୍ଷଣ = ସଂରକ୍ଷଣ

ସମ୍+ହତି = ସଂହତି

🖝  ‘ମ୍’ ପରେ ଅବର୍ଗ୍ୟ ବର୍ଣ୍ଣଥିଲେ ‘ମ୍’ ସ୍ଥାନରେ ଅନୁସ୍ଵାର ହୁଏ ।

୧୧. ତୁଷ୍ +ତ = ତୁଷ୍ଟ

ଷଷ୍+ଥ = ଷଷ୍ଠ

ଶିଷ୍ୟ + ତ = ଶିଷ୍ଟ

🖝  ‘ଷ’ ପରେ ‘ତ’ ଥିଲେ ‘ତ’ ସ୍ଥାନରେ ‘ଟ’ ଓ ‘ଥ’ ଥିଲେ ‘ଥ’ ସ୍ଥାନରେ ‘୦’ ହୁଏ।

୧୨. ସମ୍+କୃତି = ସଂସ୍କୃତି

ପରି+କାର = ପରିଷ୍କାର

ସମ୍+କାର = ସଂସ୍କାର

🖝  ‘ସମ୍’ ଓ ‘ ପରି’ ଉପସର୍ଗ ପରେ ‘କୃ’ ଧାତୁ ନିଷ୍ପନ୍ନ କାର, କୃତି, କରଣ ପ୍ରଭୃତି ପଦ ରହିଲେ ‘ସ୍’ ବର୍ଷର ଆଗମନ ହୁଏ ଏବଂ ତାହା ପରବର୍ତୀ ବର୍ଣ୍ଣ  ସହିତ ଯୁକ୍ତହୁଏ। ସ୍ଥଳ ବିଶେଷରେ ‘ସ’ ଷ’ତ୍ବବିଧ ଅନୁଯାୟୀ ‘ଷ’ରେ ପରିଣତ ହୁଏ ।

୧୩. ଆପଦ+କାଳ = ଆପତ୍‌କାଳ (ଆପତ୍କାଳ)

ତଦ୍+ପର = ତତ୍ପର ( ତତ୍ପର)

କ୍ଷୁଧ୍+ପିପାସା = କ୍ଷୁତ୍‌ପିପାସା

🖝  ‘ଦ୍’ ଓ ‘ଧ୍’ ପରେ କ, ଖ, ପ, ଫ, ସ ମଧ୍ୟରୁ କୌଣସି ଗୋଟିଏ ବର୍ଣ୍ଣ ରହିଲେ ‘ଦ୍’ ବା ‘ଧ୍’ – ‘ତ’ରେ ପରିଣତ ହୁଏ ।

୧୪. ଅନୁ+ଛେଦ = ଅନୁଚ୍ଛେଦ

ପରି+ଛଦ = ପରିଚ୍ଛଦ

ବି+ଛେଦ = ବିଚ୍ଛେଦ

ଆ+ଛାଦନ = ଆଚ୍ଛାଦନ

🖝  ‘ଛ’ ପରେ ଥିଲେ ପୂର୍ବପଦର ଅନ୍ତସ୍ଥିତ ସ୍ବରବର୍ଣ୍ଣ ପରେ ‘ଚ୍’ର ଆଗମ ହୁଏ । ଏହି ‘ଚ୍’ ଓ ପରବର୍ତ୍ତୀ ‘ଛ’ ମିଶି ‘ଚ୍ଛ’ ହୁଅନ୍ତି ।


ବିସର୍ଗ ସନ୍ଧି


ପ୍ରାତର୍ = ପ୍ରାତଃ

ଅନ୍ତର୍ = ଅନ୍ତଃ

ଦୁର = ଦୁଃ

ନିର୍ = ନିଃ

ମନସ୍ = ମନଃ

ଯଶସ୍ = ଯଶଃ

ତେଜସ୍ = ତେଜଃ

ରଜସ୍ = ରଜଃ

ଉପର ଶବ୍ଦଗୁଡ଼ିକୁ ଆମେ ଲକ୍ଷ୍ୟକଲେ ଜଣାପଡୁଛି ଯେ ‘ର୍’ ଆଉ ‘ସ୍’ ହେଉଛନ୍ତି ବିସର୍ଗ ର ଗୋଟିଏ ଗୋଟିଏ ରୂପ ।

(କ) ଗୁରୁ ଶିଷ୍ୟର ଗତିବିଧିକୁ ନିରୀକ୍ଷଣ କଲେ ।

(ଖ) କର୍ତ୍ତବ୍ୟରେ ଅବହେଳା କଲେ ପଛରେ ମନସ୍ତାପ କରିବାକୁ ପଡ଼େ ।

ଆସ, ଉପର ବାକ୍ୟ ଦୁଇଟିରେ ଥିବା ବଡ଼ ଅକ୍ଷର ବିଶିଷ୍ଟ ଶବ୍ଦ ଦୁଇଟିର ଗଠନ ପ୍ରଣାଳୀକୁ ଦେଖିବା ।

ନିରୀକ୍ଷଣ = ନିଃ+ଈକ୍ଷଣ (ନିଃ = ନିର୍+ଈକ୍ଷଣ) = (ର୍+ଈ) = ରୀ

ମନସ୍ତାପ = ମନଃତାପ ( ମନଃ = ମନସ୍+ତାପ) = (ସ୍+ତା) = ସ୍ତା

🖝  ଏଥିରେ ଆମେ ଦେଖିଲେ ଯେ ପ୍ରଥମଶବ୍ଦ ‘ ନିରୀକ୍ଷଣ’ରେ ପୂର୍ବପଦର ଶେଷରେ ଥିବା ‘’ ସହିତ ପରପଦର ଆଦ୍ୟ ବର୍ଣ୍ଣ ‘ଈ’ ବା ସ୍ଵରବର୍ଣ୍ଣର ମିଳନ ହେଲା । ସେହିପରି ଦ୍ଵିତୀୟଶବ୍ଦ ‘ ମନସ୍ତାପ’ରେ ପୂର୍ବପଦର ଶେଷରେ ଥିବା ବିସର୍ଗ ସହିତ ପରପଦର ଆଦ୍ୟରେ ଥିବା ‘ତ’ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲା । ଏଥିରୁ ଜଣାଗଲା ଯେ, ପୂର୍ବପଦର ଶେଷରେଥିବା ବିସର୍ଗ ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଷ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ। 

ଆସ ନିମ୍ନରେ ପ୍ରଦତ୍ତ ହୋଇଥିବା ତା’ର ବିଭିନ୍ନ ରୂପକୁ ଦେଖିବା

୧. ନଭଃ+ଚର = ନଭଶ୍ଚର

ନିଃ+ଚୟ = ନିଶ୍ଚୟ

ଦୁଃ+ଚିନ୍ତା=ଦୁଶ୍ଚିନ୍ତା

🖝  ବିସର୍ଗ ପରେ ‘ଚ’ ବା ‘ଛ’ ଥିଲେ ବିସର୍ଗ ସ୍ଥାନରେ ‘ଶ’ ହୁଏ

୨. ଧନୁ+ଟଙ୍କାର =ଧନୁଷ୍ଟଙ୍କାର

🖝  ବିସର୍ଗପରେ ‘ଟ’ ବା ‘୦’ ଥିଲେ ବିସର୍ଗସ୍ଥାନରେ ‘ଷ’ ହୁଏ ।

୩. ମନଃ + ତାପ=ମନସ୍ତାପ

ଦୁଃ+ତର=ଦୁସ୍ତର

🖝  ବିସର୍ଗ ପରେ ‘ତ’ ବା ‘ଅ‘ ଥିଲେ ବିସର୍ଗ ସ୍ଥାନରେ ‘ସ’ ହୁଏ।

୪. ଶିରଃ+ବ୍ୟଥା = ଶିରୋବ୍ୟଥା

ମନଃ +ବାଞ୍ଛା = ମନୋବାଞ୍ଛା

ମନଃ+ଯୋଗ = ମନୋଯୋଗ

ମନଃ + ହର = ମନୋହର

ତତଃ+ଅଧିକ = ତତୋଧୂଳ

ବୟଃ+ବୃଦ୍ଧି = ବୟୋବୃଦ୍ଧି

ତପଃ+ବନ = ତପୋବନ

ମନଃ+ରଞ୍ଜନ = ମନୋରଞ୍ଜନ

ତେଜଃ+ମୟ = ତେଜୋମୟ

ଅଧଃ+ଗତି = ଅଧୋଗତି

🖝  ସ୍-ରୂପୀ ବିସର୍ଗ ପରେ ଅ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ କିମ୍ବା ଯ, ର, ଳ, ବ, ହ ଥିଲେ ବିସର୍ଗସ୍ଥାନରେ ‘ ଓ’ ହୁଏ ।

୫. ପୁନଃ + ଅପି = ପୁନରପି

ପୁନଃ+ଆଗମନ = ପୁନରାଗମନ

ପୁନଃ+ମୂଷିକ = ପୁନର୍ମୂଷିକ

ଅନ୍ତଃ+ଦାହ = ଅନ୍ତର୍ଦାହ

ନିଃ+ଜନ = ନିର୍ଜନ

ନିଃ+ଦେଶ = ନିର୍ଦ୍ଦେଶ । ନିର୍ଦେଶ

ଦୁଃ+ଗତି = ଦୁର୍ଗତି

ନିଃ+ଲୋଭ = ନିର୍ଲୋଭ

ଧନୁଃ+ବିଦ୍ୟା = ଧନୁର୍ବିଦ୍ୟା

ସ୍ୱ+ଗତ = ସ୍ଵର୍ଗତ

ଅନ୍ତଃ+ ହିତ = ଅନ୍ତର୍ହିତ

ନିଃ+ଧନ = ନିର୍ଶନ, ନିର୍ଧନ

ମୁଦୁଃ+ମୁଦୁଃ = ମୁହୁର୍ମୁହଃ

ଆୟୁ+ବେଦ = ଆୟୁର୍ବେଦ

🖝  ‘ର୍’ ରୂପୀ ବସର୍ଗପରେ ସ୍ଵରବର୍ଣ୍ଣ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ, ଯ, ର,ଳ,ବ,ହ ଥିଲେ ବିସର୍ଗସ୍ଥାନରେ ‘ର’ ହୁଏ ।

୬. ନିଃ+ରସ = ନୀରସ

ଚତୁଃ+ରୋଗ = ଚକ୍ଷୁରୋଗ

ନିଃ+ରବ = ନୀରବ

🖝  ‘ର’ ରୂପୀ ବିସର୍ଗପରେ ‘ର’ ଥିଲେ ବିସର୍ଗରେ ଥିବା ‘ର୍’ ର ଲୋପହୁଏ ଓ ବିସର୍ଗ ପୂର୍ବବର୍ତୀ ସ୍ଵରର ଦୀର୍ଘ ହୁଏ ।

୭. ଅତଃ+ ଏକ = ଅତଏବ

🖝  ବିସର୍ଗ ପରେ ‘ଅ’ ଭିନ୍ନ ଅନ୍ୟ ସ୍ଵରବର୍ଣ୍ଣ ଥିଲେ ବିସର୍ଗର ଲୋପହୁଏ ।

୮. ମନଃ+କାମନା = ମନସ୍କାମନା

ଧନୁଃ+ପାଣି = ଧନୁଷ୍ପାଣି

ନିଃ+ଫଳ = ନିଷ୍ଫଳ

ନମଃ+କାର = ନମସ୍କାର

ନିଃ+ପାପ = ନିଷ୍ପାପ

ପୁରଃ+କାର = ପୁରସ୍କାର

🖝  ବିସର୍ଗପରେ କ, ପ, ପ, ଫ ଆଦି ଥିଲେ ବିସର୍ଗ ସ୍ଥାନରେ ‘ସ୍’ ହୁଏ । ସ୍ଥଳ ବିଶେଷରେ ଏହି ‘ସ୍’ ଷତ୍ଵବିଧୂ ଅନୁସାରେ ‘ଷ’ ମଧ୍ୟ ହୁଏ।

ବ୍ୟତିକ୍ରମ 

ହରି+ଚନ୍ଦ୍ର = ହରିଶ୍ଚନ୍ଦ୍ର,

ଏକ+ଦଶ = ଏକାଦଶ

ବାର+ବାର = ବାରମ୍ବାର

ପର+ପର = ପରସ୍ପର

ଷଟ୍+ଦଶ = ଷୋଡ଼ଶ

ଅହଃ+ଅହଃ = ଅହରହ

ବୃହତ୍+ପତି = ବୃହସ୍ପତି


Connect with us on Social Media

Facebook Page
Facebook Group
Instagram
Youtube Channel
Telegram Channel

Important Links for Competitive

SSCOSSC
OPSCOSSSC
IBPSRAILWAY

Bidyasagar Classes Address

Plot No-N-6-325, Biju Patnaik College Road,  Infront of SBI, Jayadev Vihar, Bhubaneswar

Website: www.bidyasagar.com

Opening and closing hours: Monday to Sunday: 7 AM-9PM

e-Mail : bidyasagar.classes@gmail.com

Contact No. : 8917265768; 9337421183, 7978078563

Biswajit Behera

STUDY MATERIALS

  • Aptitude
  • Assignment
  • Computer
  • Current Affairs
  • English
  • General Studies
  • Reasoning
  • Word Power

STUDY MATERIALS

  • Achievements
  • Aptitude
  • Aptitude Trick
  • Assignment
  • Computer
  • Current Affairs
  • English
  • English Trick
  • General Studies
  • Latest Blog
  • News
  • Odia Grammar
  • Odisha GK
  • Online Test
  • Reasoning
  • Slider
  • Videos
  • Word Power

SHORT TRICKS

  • Aptitude Trick
  • English Trick
  • General Studies Trick
  • Reasoning Trick
Bidyasagar Classes

Tags

April 2021 ASO August 2021 Hindu Editorial Vocab B.Ed Entrance 2021 BANKING BED CHT Current Affairs Current Affairs 2021 Current Affairs 2021 MCQ Current Affairs April 2021 Current Affairs August 2021 Current Affairs August 2021 MCQ Current Affairs July 2021 Current Affairs July 2021 MCQ Current Affairs June 2021 Current Affairs June 2021 MCQ Current Affairs May 2021 Current Affairs May 2021 MCQ Current Affairs MCQ Current affairs quiz Current Affairs Today Current Affairs Today MCQ July 2021 Hindu Editorial Vocabulary June 2021 Hindu Editorial Vocabulary May 2021 Vocabulary NEET Odia Grammar Odia Grammar MCQ Odisha Contractual High School Teacher Odisha GK OPSC ASO OSSSC RI OUAT OUAT 2021 OUAT 2021 Exam OUAT Exam OUAT Exam Highlights RAILWAY SSC SSC CGL 2021 TGT The Hindu Editorial Vocabulary Today's Current Affairs TRT
bidyasagar.classes@gmail.com

Copyright © 2026 Bidyasagar Classes. All Rights Reserved

  • Privacy Policy
  • Terms of Use
  • Cancellations & Refund Policy
  • Contact Us
  • Cart
  • Upcoming Batches
  • Student Portal
  • Facebook Page
  • Facebook Group
  • Instagram
  • Youtube Channel
  • Message us on Telegram
  • Message us on WhatsApp